କାଲି ପରି ଲାଗୁଛି। ୩୨ ବର୍ଷ ତଳେ ଅନେକ ପ୍ରତିଶ୍ରୁତି ନେଇ ‘ସମ୍ବାଦ’ ଜନ୍ମଲାଭ କରିଥିଲା। ‘ବାସି ଖବରର ଯୁଗ ଶେଷ, ଆଜିର ଖବର ଆଜି’, ‘ଆଖି ରହିବ ଲାଖି’, ‘ସାତରୁ ସତୁରି ସମସ୍ତେ ଖୁସି’ ଏବଂ ‘ପ୍ରତି ରବିବାର ରଙ୍ଗର ଦିନ’ ଏହିପରି ଚାରିଟି କଥା କହି ‘ସମ୍ବାଦ’ ଗ୍ରାହକ ଓ ପାଠକଙ୍କର ମନ ଜିଣିବା ପାଇଁ ଉଦ୍ୟମ କରିଥିଲା। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଆ ପାଠକମାନେ ତାଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଆମ ଉପରେ ଢାଳି ଦେଇଥିଲେ। ଏହା ଫଳରେ ‘ସମ୍ବାଦ’ ଆଜି ଓଡ଼ିଶାର ସର୍ବାଧିକ ପ୍ରସାରିତ ଓ ପଠିତ କାଗଜର ମାନ୍ୟତା ପାଇଛି। ଏଥିପାଇଁ ଗ୍ରାହକ, ପାଠକଙ୍କ ସହିତ ଅଗଣିତ ବିଜ୍ଞାପନଦାତାଙ୍କ ନିକଟରେ …