Blog

Author: admin

କାଲି ପରି ଲାଗୁଛି। ୩୨ ବର୍ଷ ତଳେ ଅନେକ ପ୍ରତିଶ୍ରୁତି ନେଇ ‘ସମ୍ବାଦ’ ଜନ୍ମଲାଭ କରିଥିଲା। ‘ବାସି ଖବରର ଯୁଗ ଶେଷ, ଆଜିର ଖବର ଆଜି’, ‘ଆଖି ରହିବ ଲାଖି’, ‘ସାତରୁ ସତୁରି ସମସ୍ତେ ଖୁସି’ ଏବଂ ‘ପ୍ରତି ରବିବାର ରଙ୍ଗର ଦିନ’ ଏହିପରି ଚାରିଟି କଥା କହି ‘ସମ୍ବାଦ’ ଗ୍ରାହକ ଓ ପାଠକଙ୍କର ମନ ଜିଣିବା ପାଇଁ ଉଦ୍ୟମ କରିଥିଲା। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଆ ପାଠକମାନେ ତାଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଆମ ଉପରେ ଢାଳି ଦେଇଥିଲେ। ଏହା ଫଳରେ ‘ସମ୍ବାଦ’ ଆଜି ଓଡ଼ିଶାର ସର୍ବାଧିକ ପ୍ରସାରିତ ଓ ପଠିତ କାଗଜର ମାନ୍ୟତା ପାଇଛି। ଏଥିପାଇଁ ଗ୍ରାହକ, ପାଠକଙ୍କ ସହିତ ଅଗଣିତ ବିଜ୍ଞାପନଦାତାଙ୍କ ନିକଟରେ …

READ MORE

ରାଜନେତାରୁ ରାଷ୍ଟ୍ରନାୟକ ହେବାର ସୁବର୍ଣ୍ଣ ସୁଯୋଗଗୁଡ଼ିକୁ ନବୀନବାବୁ ବାରମ୍ବାର ହାତଛଡ଼ା କରୁଛନ୍ତି। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶାର ସ୍ୱାର୍ଥ ପାଇଁ ସାରା ଓଡ଼ିଶାକୁ ଯୋଡ଼ି ଲଢ଼ିବାର ସୁଯୋଗ ତାଙ୍କୁ ମିଳିଥିଲା। ଏହାଦ୍ୱାରା ସେ ଯେ ଜଣେ ସାଧାରଣ ରାଜନେତା ନୁହନ୍ତି, ବରଂ ଜଣେ ଅନୁକରଣୀୟ ରାଷ୍ଟ୍ରନାୟକ ଏହା ପ୍ରମାଣିତ ହୋଇପାରିଥାଆନ୍ତା। ତାହା ସେ କଲେ ନାହିଁ। ଓଲଟା ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥକୁ ଅଗ୍ରାଧିକାର ଦେଲେ; ରକ୍ଷା କରିବା ପାଇଁ ଲାଗିପଡ଼ିଲେ। ଓଡ଼ିଶାର ସ୍ୱାର୍ଥ ପଛେଇଲା; ବିଜେଡିର ସ୍ୱାର୍ଥ ଆଗେଇଲା। ‘ମାଟି ବଡ଼ ନ ହୋଇ ପାର୍ଟି ବଡ଼’ ହୋଇଗଲା। ଅନ୍ୟ ରାଜନୈତିକ ନେତୃବୃନ୍ଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଦୋଷ, ଦୁର୍ବଳତା ଓ ଅବହେଳା ପ୍ରତି ଦୃଷ୍ଟି …

READ MORE

  ବିରୋଧୀ ଦଳର ନେତା ଶ୍ରୀ ନରସିଂହ ମିଶ୍ରଙ୍କ ଆହ୍ଵାନ କ୍ରମେ ମହାନଦୀର ଜଳସଂକଟ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଷମତାସୀନ ବିଜେଡି ଓ ସମାଜବାଦୀ ପାର୍ଟି ଛଡ଼ା ପ୍ରାୟ ଅନ୍ୟ ସମସ୍ତ ବିରୋଧୀ ଦଳ ଏହି ବୈଠକରେ ଯୋଗ ଦେଇଥିଲେ। ମହାନଦୀର ଜଳ ସଂକଟ ପରି ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗରେ ଏଭଳି ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆହୂତ ହେବା କଥା। ଶ୍ରୀଯୁକ୍ତ ନରସିଂହ ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଏକ ବୈଠକ ଡାକିବା ପାଇଁ ଦୁଇ ଦୁଇଥର ଅନୁରୋଧ କରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ତାହା ଗ୍ରହଣ କଲେ ନାହିଁ। ତେଣୁ ଶ୍ରୀଯୁକ୍ତ ମିଶ୍ର ବାଧ୍ୟ ହୋଇ ଏହି ବୈଠକ …

READ MORE

ସୌମ୍ୟରଂଜନ ପଟ୍ଟନାୟକ: ଆଜି ବରଗଡ଼ ଜିଲ୍ଲାର ସୋହେଲାଠାରେ ବିଜୁ ଜନତା ଦଳ ତରଫରୁ ଲକ୍ଷାଧିକ ଲୋକଙ୍କର ଏକ ସମାବେଶ ଅନୁଷ୍ଠିତ ହେଉଛି। ଏହି ସମୟରେ ଏଭଳି ଏକ ସମାବେଶର ଆୟୋଜନ କରି ନବୀନବାବୁ ଓଡ଼ିଶାବାସୀଙ୍କୁ କି ବାର୍ତ୍ତା ଦେବା ପାଇଁ ଚାହୁଛନ୍ତି? ସାରା ଓଡ଼ିଶାରେ ଚାଷୀଭାଇ ମାନଙ୍କର କଥିତ ଆତ୍ମହତ୍ୟା ଘଟଣାଗୁଡ଼ିକୁ ନେଇ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ନବୀନବାବୁଙ୍କର ଏହି ସମାବେଶ କ’ଣ ପ୍ରମାଣ କରୁଛି? ରାଜନୈତିକ ଦଳମାନେ ନିଜ ପଛରେ ଥିବା ଜନାଧାରକୁ ଦେଖାଇବା ସଙ୍ଗେ ସଙ୍ଗେ ସମାବେଶ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥାନ୍ତି, ମାତ୍ର ଦେଢ଼ବର୍ଷ ତଳେ ବିପୁଳ ଭୋଟ ପାଇ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ …

READ MORE

ସୌମ୍ୟରଂଜନ ପଟ୍ଟନାୟକ: ୩୧ ବର୍ଷ ତଳେ ଆଜିର ତାରିଖରେ ‘ସମ୍ବାଦ’ ଆତ୍ମପ୍ରକାଶ କରିଥିଲା। ସ୍ଵାଭାବିକ ଭାବରେ ସେଦିନର କଥା ମନେ ପଡ଼ିଯାଉଛି। ସେତେବେଳେ ଆମେ ଅନେକ ନୂଆ କଥା ନେଇ ଖବରକାଗଜ ଶିଳ୍ପରେ ପ୍ରବେଶ କରିଥିଲୁ। କିନ୍ତୁ ଖବରର ଶୀର୍ଷକ ସେଇ ଅନାହାର ମୃତ୍ୟୁ ଓ ଦାରିଦ୍ର୍ୟ ଥିଲା। ଶିକ୍ଷା ଦୃଷ୍ଟିରୁ ଓଡ଼ିଶା ବେଶ୍ ପଛୁଆ ଥିଲା। ମଧ୍ୟାହ୍ଣଭୋଜନ ଦେଇ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବାର ଯୋଜନା ଆରମ୍ଭ ହୋଇ ନଥିଲା। ଓଡ଼ିଶାର ସ୍ଵାସ୍ଥ୍ୟସେବା ମଧ୍ୟ ବହୁ ପଛରେ ଥିଲା। ଶିଶୁ ଓ ମାତୃ ମୃତ୍ୟୁହାର ଓଡ଼ିଶାରେ ବେଶ୍ ଅଧିକ ଥିଲା। ୩୧ ବର୍ଷ ପରେ ଆଜିର ଶୀର୍ଷକ ହେଲା ୪ କୋଟି ୨୦ …

READ MORE

ସୌମ୍ୟରଂଜନ ପଟ୍ଟନାୟକ: ଗଜାନନ ମିଶ୍ର ଓ ତାଙ୍କର ଦୁଇ ସହଯୋଗୀ ଓଡ଼ିଆ ଭାଷା ସଂଗ୍ରାମ ସମିତି ତରଫରୁ ପାଞ୍ଚଦଫା ଦାବି ନେଇ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଗଜାନନ ମିଶ୍ର ବହୁ ବର୍ଷ ଧରି ଆମ ଅଦାଲତର ଭାଷା ଓଡ଼ିଆ ହେଉ ବୋଲି ଦାବି କରି ଆସୁଥିଲେ। ଗତମାସ ଓଡ଼ିଆ ଭାଷା ସଂଗ୍ରାମ ସମିତି ଏହି ଆନ୍ଦୋଳନକୁ ଅଧିକ ବ୍ୟାପକ କରି ଧାରଣାରେ ବସିଥିଲେ। ଜୁନ୍ ମାସ ଶେଷ ସୁଦ୍ଧା ଦାବିଗୁଡ଼ିକ ଗ୍ରହଣ ନହେଲେ ସେ ଅନଶନ କରିବେ ବୋଲି ସୂଚନା ଦେଇଥିଲେ। ଗଜାନନଙ୍କ ଆମରଣ ଅନଶନ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ। ଓଡ଼ିଶା ହିଁ ସମ୍ଭବତଃ ଏକମାତ୍ର ରାଜ୍ୟ ଯେଉଁଠି ନିଜ …

READ MORE

ସୌମ୍ୟରଂଜନ ପଟ୍ଟନାୟକ: ଜଗନ୍ନାଥଙ୍କ ନବକଳେବର ଘଟ ପରିବର୍ତ୍ତନକୁ ନେଇ ବିଭ୍ରାଟ ସବୁ ସୀମା ଲଂଘନ କରିବା ସହିତ ସାରା ଓଡ଼ିଶାକୁ ବ୍ୟଥିତ କରିଛି। ସରକାର ଗୋଇଠା ମାରି ବିଷ୍ଣୁ କଲା ପରି ଦୁଇଜଣ ଦଇତାପତିଙ୍କୁ ନିଲମ୍ବିତ କରି କୌଣସି ପ୍ରକାରେ ଜନଅସନ୍ତୋଷକୁ ଚପାଇ ଦେବା ପାଇଁ ଚେଷ୍ଟା କରୁଥିଲା ବେଳେ ରାଜନୈତିକ ଦଳମାନେ ଏହାର ସୁଯୋଗ ନେଇ ନିଜର ହରାଇଥିବା ପତିଆରାକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ଆମ ବିଚାରରେ ଘଟ ପରିବର୍ତନର ବିଭ୍ରାଟ ଓଡ଼ିଆ ଜାତୀୟ ଜୀବନର ଅନ୍ୟ ଏକ ବିଲକ୍ଷଣକୁ ସୂଚାଇ ଦେଉଛି।

READ MORE

ସୌମ୍ୟରଂଜନ ପଟ୍ଟନାୟକ: ଗତକାଲି ନବଗଠିତ ବିଦ୍ୟାଳୟ ଶିକ୍ଷକ ମହାସଂଘ ତରଫରୁ ସାରା ଓଡ଼ିଶାର ସବୁ ସ୍ତର ଓ ସବୁ ବର୍ଗର ଶିକ୍ଷକମାନଙ୍କୁ ନେଇ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା। ବିଧାନସଭା ସମ୍ମୁଖରେ ହଜାରହଜାର ଶିକ୍ଷକ ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାନସଭା ଅଧିବେଶନ ସମୟରେ ଏ ପ୍ରକାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାନସଭା ଅଧିବେଶନ ସମୟରେ ଏ ପ୍ରକାର ବିକ୍ଷୋଭ ପ୍ରଦର୍ଶନ ଏକରକମ ଦେହସୁହା ହୋଇଯାଇଥିଲେ ମଧ୍ୟ ଗତକାଲିର ବିକ୍ଷୋଭ ସ୍ଵତନ୍ତ୍ର ଉଲ୍ଲେଖର ଅପେକ୍ଷା ରଖୁଛି। ବହୁବର୍ଷ ପରେ ପ୍ରାୟ ୧୪ଟି ବର୍ଗର ଶିକ୍ଷକ ଏକ ମହାଜାତିରେ ଅନ୍ତର୍ଭୁକ୍ତ ହୋଇ ଏକାଠି ହୋଇଛନ୍ତି। ଆମ ବିଚାରରେ ଏହା ଏକ ଐତିହାସିକ ସମାବେଶ। …

READ MORE

ସୌମ୍ୟରଂଜନ ପଟ୍ଟନାୟକ: ଆଜି ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣେ କେହି ଗୁଳି କରି ହତ୍ୟା କରିଥିଲେ। ମୁଁ ଜାଣିଶୁଣି ସେହି ହତ୍ୟାକାରୀଙ୍କ ନାମ ଉଲ୍ଲେଖ କରୁ ନାହିଁ। କାରଣ ତାଙ୍କର ବିଚାର ଓ ସ୍ଵାଧୀନ ମତପୋଷଣ କରିବାର ଅଧିକାର ପ୍ରତି ମୋର ସମ୍ମାନ ଅଛି; କିନ୍ତୁ ସମର୍ଥନ ନାହିଁ। ତେଣୁ ତାଙ୍କୁ ଅଯଥା ବ୍ୟକ୍ତିଗତ ବିବାଦ ଭିତରକୁ ଟାଣିବାକୁ ଚାହୁଁନାହିଁ। କିନ୍ତୁ ଯେଉଁ ବିଚାରକୁ ସମର୍ଥନ କରି ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ରୂପେ ସମ୍ମାନ ଦେଇ ଆସିଛୁ, ସେ ବିଚାର ସଂପର୍କରେ ଆଜି ଅଧିକ ଆଧୁନିକ ଢଙ୍ଗରେ ଆଲୋଚନା କରିବାର ଅବକାଶ ଅଛି ବୋଲି ମୁଁ ମନେକରୁଛି।

READ MORE